ଅନ୍ନପୂର୍ଣ୍ଣା ଫାଇନ୍ସର ବୃକ୍ଷରୋପଣ କାର୍ଯ୍ୟକ୍ରମ

Posted on Mar 27, 2019 by annapurna

ଖୋର୍ଦ୍ଧା, ୧୪/୦୮/୨୦୧୮ (ଓଡ଼ିଶା ସମାଚାର)-ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ ଦୀର୍ଘ ୧୦ବର୍ଷ ଧରି ବ୍ୟାଙ୍କ ସୁବିଧାରୁ ବଂଚିତ ରହୁଥିବା ଅଂଚଳ ଗୁଡ଼ିକରେ ଟଙ୍କା ଋଣ ଦେଇଆସୁଛି । ମହିଳାମାନଙ୍କ ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ତାମିଲ୍ ଦେବା ସହିତ ବିଭିନ୍ନ ସାମାଜିକ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରି ଆସୁଛି । ବିଜୁ ଯୁବ ବାହିନୀ ସହଯୋଗରେ ଅନ୍ନପୂର୍ଣ୍ଣା ଫାଇନାନ୍ସ ତରଫରୁ ଖୋର୍ଦ୍ଧା ଏବଂ ଜଟଣୀ ଅଂଚଳରେ ବିଭିନ୍ନ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶକୁ ବିଷୟବସ୍ତୁ ରୂପେ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଖୋର୍ଦ୍ଧା ବନ ବିଭାଗ ଅଧିକାରୀ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ନପୂର୍ଣ୍ଣା, ପିପୁଲ୍ସ ଫୋରମର ସଦସ୍ୟ ବିଭିନ୍ନ ସ୍କୁଲ୍ର ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାର ଚାରା ରୋପଣ କରିବା ସହିତ ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣକୁ ବୃତି ଭାବରେ ଗ୍ରହଣ କରିବାକୁ ପ୍ରତିଜ୍ଞାବଦ୍ଧ ହେବା ସହ ପ୍ରକାଶ ଜେନାଙ୍କ ଦ୍ୱାରା ପରିବେଶ ଏବଂ ଜଙ୍ଗଲ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ଅର୍ଣ୍ଣପୂର୍ଣ୍ଣାର ଏହି ପ୍ରୟାସକୁ ବିଭିନ୍ନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିଥିଲା ।